Latest Posts

କିବୋର୍ଡ, ମାଉସ,ମନିଟର | Keyboard Monitor And Mouse In Odia

କିବୋର୍ଡ, ମାଉସ,ମନିଟର | Keyboard Monitor And Mouse In Odia



କମ୍ପ୍ୟୁଟରରେ ଯେଉଁ କି-ବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ପୁରା ଟାଇପ ରାଇଟରର କି-ବୋର୍ଡ଼ ଭଳି । କି-ବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଏହାକୁ ସାଧାରଣତଃ "କ୍ଵେରଟି"(QWERTY) କି-ବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡ଼ିକ ଇଂରାଜୀ ଅକ୍ଷର Q,W,E,R,T,Yରୁ ଆରମ୍ଭ ହଉଛି । କି-ବୋର୍ଡ଼ ଅନେକ ଗୁଡ଼ିଏ "କି"(Key) ବା କୁଞ୍ଚିର ସମାହାର ।କମ୍ପୁଟର କୁ ଯାନ୍ତ୍ରିକ ଲିଭର(Mechanical Lever) ଭାବେ ବୈଦ୍ୟୁତିକ ସୁଇଚ (Electronic Switch)ଦ୍ଵାରା ପରିକଳିତ କରେ । ଏହା ମୋଟ ଉପରେ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ (Input) ଉପକରଣ ଅଟେ ।

ଅନେକ ବିକଳ୍ପ ନିବେଶକାରୀ(Input) ଉପକରଣ ଯଥା କମ୍ପ୍ୟୁଟର ମାଉସ , ଟାବଲେଟ ଉପକରଣ, ଅକ୍ଷର ଚିହ୍ନକ ଯନ୍ତ୍ର , ଶବ୍ଦ ଚିହ୍ନକ ଯନ୍ତ୍ର ଇତ୍ୟାଦି ବାହାରିଥିଲେ ମଧ୍ୟ କି-ବୋର୍ଡ଼ ଆଜି ମଧ୍ୟ ମଣିଷଦ୍ଵାରା ସର୍ବାଧିକ ବ୍ୟବହୃତ ନିବେଶକାରୀ(Input) ଉପକରଣ ଭାବେ ପରିଚିତ ।

ପ୍ରତ୍ୟେକ "କି" ବା "କୁଞ୍ଚି" ଏକ ଏକ ଅକ୍ଷରକୁ ପ୍ରତିଫଳିତ କରେ। "କି"କୁ ଥରେ ଚିପିଲେ ସେହି "କି"ରେ ଥିବା ଅକ୍ଷରକୁ ଥରେ ମାତ୍ର ଦେଖାଏ । କିନ୍ତୁ ଏକାଧିକ ପ୍ରତୀକକୁ ଦେଖେଇବା ପାଇଁ ଆମକୁ ଅନେକ ଗୁଡ଼ିଏ "କି" ଏକା ସଙ୍ଗେ ଅଥବା ଗୋଟେ ପରେ ଗୋଟେ ଏକ କ୍ରମାନୁସାରେ ଟିପିବାକୁ ପଡ଼େ । ଏକ କମ୍ପ୍ୟୁଟର କି-ବୋର୍ଡ଼ ଅକ୍ଷର (a-z),ସଂଖ୍ୟା (0-9), ଚିହ୍ନାକ୍ଷର(!,@,# ,+ ଇତ୍ୟାଦି) ଏବଂ ଅନ୍ୟ "କି"ର ସମାହାର, ଯାହାକୁ ଦବେଇଲେ କମ୍ପ୍ୟୁଟର ମଧ୍ୟକୁ ସୂଚନା (Information) ତଥା ଆଦେଶ (Command) ଯାଇଥାଏ ।

ସାଧାରଣତଃ କି-ବୋର୍ଡ଼କୁ "ଶବ୍ଦ କାର୍ଯ୍ୟବାହକ" (Word Processor) ବା "ଲେଖା ସମ୍ପାଦକ" (Text Editor)ରେ ଲେଖିବା ନିମନ୍ତେ ବ୍ୟବହାର କରାଯାଏ । କିନ୍ତୁ ଆଧୁନିକ କମ୍ପ୍ୟୁଟରରେ "କି"ର ବ୍ୟବହାର ସଫ୍ଟୱେର ଉପରେ ନିର୍ଭର କରେ। କମ୍ପ୍ୟୁଟର ନିଜେ "କି"ର ଅଲଗା ଅଲଗା ବ୍ୟବହାରକୁ ଜାଣିରଖେ ଏବଂ ସେହି ବାଟରେରେ ସଫ୍ଟୱେର ପରିଚାଳିତ ହୁଏ । ବର୍ତ୍ତମାନ ଆମେ କି-ବୋର୍ଡ଼ରେ ଟାଇପ କରିବା ଛଡ଼ା କମ୍ପ୍ୟୁଟର ଉପରେ ପର୍ଯ୍ୟବେଷିତ ଖେଳ (Computer Game) ବି ଖେଳିପାରୁଛେ । ଆଜିକାଲି ଖେଳିବା ପାଇଁ ସ୍ଵତନ୍ତ୍ର "କି-ବୋର୍ଡ଼" ମଧ୍ୟ ମିଳୁଛି । କି-ବୋର୍ଡ଼କୁ କମ୍ପ୍ୟୁଟରର ସଂଚାଳକ ପ୍ରଣାଳୀ (Operating System)କୁ ଆଦେଶ ଦେବାପାଇଁ ବ୍ୟବହାର କରାଯାଏ ଯଥା ମାଇକ୍ରୋସଫ୍ଟ ଉଇଣ୍ଡୋଜର

କଣ୍ଟ୍ରୋଲ-ଅଲ୍ଟ-ଡିଲିଟ କି ଗୁଡ଼ିକର ସମଷ୍ଟି ବ୍ୟବହାର କମ୍ପ୍ୟୁଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକୁ (Computer Programs) ବନ୍ଦ କରିବାରେ ସାହାଯ୍ୟ କରେ । କି-ବୋର୍ଡ଼ କେବଳ ଗୋଟିଏ ହିଁ ବାଟ ଯାହା କମାଣ୍ଡ-ଲାଇନ-ଇଣ୍ଟରଫେସଦ୍ଵାରା ଆଦେଶ(Command) ପଠାଇ ଥାଏ ।

ଅବିକଳ "କି"ର ସଂଖ୍ୟା କିବୋର୍ଡ଼ର ଆକାର ନିରୂପଣ କରିବାର ଏକ ପ୍ରମୁଖ ଭୂମିକା ଯଥା ସଂଖ୍ୟା ଲେଖିବା ପାଇଁ ଅଲଗା କିବୋର୍ଡ଼ ।

କିବୋର୍ଡ଼ର ଆକାର ମଧ୍ୟ ତାହା ଉପରେ ନିର୍ଭର କରେ ଯାହା ଦୁଇ ପ୍ରକାରର ଟାଇପକୁ ପ୍ରଶ୍ରୟ ଦିଏ ଯଥା ବହୁତ ଗୁଡ଼ିଏ "କି"କୁ ଏକାଧାରରେ ଟାଇପ କରିବା ଅଥବା ଗୋଟିଏ "କି"କୁ ଏକାଧିକ ଥର ଟାଇପ କରିବା । କିବୋର୍ଡ ଯାହାର କିଛି "କି" ଥାଏ ତାକୁ ଆମେ "କିପ୍ୟାଡ" ବୋଲି କହିଥାଉ।

ମାଉସ

ମାଉସ୍ ଏକ ଲକ୍ଷ୍ୟ କରି ଦେଖାଉଥିବା ଯନ୍ତ୍ର ଯାହା ଏକ ସମତଳରେ ଦୁଇ ଦିଗରେ ଗତିକରି କାମ କରିଥାଏ । ମାଉସ ଏକ ବସ୍ତୁ ଯାହାକୁ ହାତରେ ଧରାଯାଏ ଯେଉଁଥିରେ ଏକାଧିକ ବଟନ ଅଛି । ବେଳେ ବେଳେ ଏଥିରେ ଚକ ଭଳିଆ କିଛି ଜିନିଷ ଥାଏ ଯାହା ବ୍ୟବହାରକାରୀକୁ ଯନ୍ତ୍ର କରାଉଥିବା କାମ ଗୁଡିକ କରେଇଥାଏ, ଆଉ କିଛି ଅତିରିକ୍ତ ବଟନ ମଧ୍ୟ ଥାଏ ଯାହା ମାଉସକୁ କିଛି ଅଧିକ କ୍ଷମତା ପ୍ରଦାନ କରିଥାଏ । ମାଉସର ଗତି ସାଧାରତଃ ଏକ ତୀର ଚିହ୍ନଦ୍ଵାରା କମ୍ପୁଟର ପରଦାରେ ଦେଖାଇ ଥାଏ ଯାହା ଆରେଖୀୟ ପ୍ରୟୋଗୀ ଅନ୍ତରପୃଷ୍ଠ(Graphical User Interface)ର ଉତ୍ତମ ବ୍ୟବହାର ଦର୍ଶାଇଥାଏ ।

ମାଉସକୁ ଏକ ପୋଏନ୍ଟିଙ୍ଗ ଡିଭାଇସ ଭାବେ ବିଲ ଇଙ୍ଗ୍ଲିସର ୧୯୬୫ତମ ସଂସ୍କରଣରେ "କମ୍ପୁଟର -ଏଡେଡ ଡିସ୍ପ୍ଲେ କଣ୍ଟ୍ରୋଲ "ରେ ବାହାରିଥିଲା।

ଅନଲାଇନ ଅକ୍ସଫର୍ଡ ଅଭିଧାନରେ ମାଉସର ବହୁବଚନ ଭାବେ ମାଇସ ଲେଖା ଯାଇଛି କିନ୍ତୁ ଏଠାରେ ମାଉସ ମାନେ ଚୁଟିଆ ମୂଷାକୁ ବୁଝାଏ କିନ୍ତୁ କମ୍ପୁଟରର ମାଉସର ବହୁବଚନରେ ଇଂରାଜୀରେ ମାଉସେସ ଲେଖାଯାଏ।

A wireless optical mouse

୧୯୬୮ରେ ଜେ.ସି.ଆର ଲିକଲିଡର "ଦି କମ୍ପୁଟର ଏଜ ଏ କମ୍ୟୁନିକେଶନ ଡିଭାଇସ"ରେ ମାଇସ ବୋଲି ଲେଖାଯାଇଛି। ଦି ଆମେରିକାନ ହେରିଟେଜ ଅଭିଧାନର ଚତୁର୍ଥ ସଂସ୍କରଣରେ କମ୍ପୁଟର ମାଉସର ବହୁବଚନ ଭାବେ ଉଭୟ ମାଉସେସ ଓ ମାଇସକୁ ଠିକ ବୋଲି କୁହାଯାଇଛି।କେତେକ ଲେଖକ ବୈଷୟିକ ଲେଖାରେ ବୈଷୟିକ ଶବ୍ଦ ଭାବେ ମାଉସ ଡିଭାଇସେସ କିମ୍ବା ପୋଏଣ୍ଟିଙ୍ଗ ଡିଭାଇସେସ ଭାବରେ ବ୍ୟବହାର କରନ୍ତି।ଇଂରାଜୀରେ ମାଉସେସ କମ୍ପୁଟର ମାଉସକୁ "ହେଡଲେସ ନାଉନ" ଭାବେ ।

ଟ୍ରାକବଲ ଏକ ପଏଣ୍ଟିଙ୍ଗ ଡିଭାଇସ ଯାହା ୧୯୫୨ରେ ଟମ କ୍ରାନ୍ସଟନ,ଫ୍ରେଡ ଲଙ୍ଗଷ୍ଟାଫ ଓ କେନୟୋନ ଟେଲରଙ୍କଦ୍ଵାରା ରୟାଲ କାନାଡିୟ ନୌ ବାହିନୀର ଡ଼ି.ଏ.ଟି.ଏ.ଆର ପ୍ରକଳ୍ପରେ ଉଦ୍ଭାବିତ ହେଇଥିଲା ।ଏହା କାନାଡିୟ ମାନକ ୫ ପିନ ବିଶିଷ୍ଟ ବୋଲିଂ ବଲ ବ୍ୟବହାର କରୁଥିଲା।ଏହାକୁ ବଜାରକୁ ଛଡ଼ାଯାଇନଥିଲା କାରଣ ଏହା ଏକ ଗୁପ୍ତ ସାମରିକ ପ୍ରକଳ୍ପ ଥିଲା।

ଅପଟିକାଲ ମାଉସ ଗୁଡିକ ଏଲ.ଇ.ଡି ବା ଲାଇଟ ଏମିଟିଂ ଡାଇଓଡ ଓ ଏକ ଫୋଟୋ ଡାଇଓଡର ଇମେଜିଙ୍ଗ ଆରେ ବ୍ୟବହାର କରେ ,ତଳେ ଥିବା ସମତଳର ଅବସ୍ଥା ଜାଣିବା ପାଇଁ।ମେକନିକାଲ ମାଉସ ଏକ ଗତିଶୀଳ ଅଂଶ ବ୍ୟବହାର କରିଲା ବେଳେ ଲେଜର ମାଉସ ଜଉଟା ମଧ୍ୟ ଅପଟିକାଲ ମାଉସ ଲେଜର ଆଲୋକକୁ ବ୍ୟବହାର କରେ। ୨୦୦୦ରେ ଲଗିଟେକ "ଟାକଟାଇଲ ମାଉସ" ବାହାର କରିଥିଲା, ଯେଉଁଥିରେ ଏକ ଛୋଟ ଆକଟୁଏଟୋର ଲାଗିଥିଲା ଯାହା ମାଉସକୁ ଥରାଉଥିଲା।ଏହା ବାରମ୍ବାର ଇଉଜରକୁ ଜଣାଉଥିଲେ ଯତେବେଳେ ମାଉସ ପରଦାର ସୀମାରେଖାକୁ ଛୁଇଁ ଯାଉଥିଲା। ମାଉସକୁ ଛୁଇଁ କରି ବ୍ୟବହାର କରିବା ପାଇଁ ଏକ ଇଲେକଟ୍ରହିଓଲଜିକାଲ ଟାକଟାଇଲ ମାଉସ ବାହାରିଥିଲା କିନ୍ତୁ ଏକ ବଜାରକୁ ଆସିପାରିନଥିଲା। ମାନକ ପି.ସି ମାଉସ ଗୁଡିକ ଆର.ଏସ-୨୩୨ସି ସିରିଏଲ ପୋର୍ଟ , ଡି-ସବମିନୀଏଚର କାନେକ୍ଟର ଭୟାରେ ବ୍ୟବହୃତ ହଉଥିଲେ ,ଯାହା ମାଉସର ସର୍କିଟକୁ ଚାଲୁ ରଖିବାରେ ଓ ମାଉସକୁ ଗତି କରେଇବାଦ୍ଵାରା ତଥ୍ୟ ବଦଳରେ ସାହାଯ୍ୟ କରୁଥିଲା। ମାଉସ ଶିଷ୍ଟମ୍ସ କର୍ପୋରେସନ ଭର୍ଶନ ଏକ ୫ ବାଇଟ ନିୟମ ଓ ୩ ଟା ବଟନକୁ ସାହା ଦେଉଥିଲା ବେଳେ ମାଇକ୍ରୋସଫ୍ଟ ଭର୍ଶନ ୩ ବାଇଟ ନିୟମ ଓ ୨ ଟା ବଟନ ବ୍ୟବହାର କରୁଥିଲା।ଏହି ଦୁଇଟି ନିୟମ ମଧ୍ୟରେ ଅମେଳ ଯୋଗୁଁ ମାଉସ ତିଆରି କରୁଥିବା କମ୍ପାନୀ ୨ ପ୍ରକାର ସୁଇଚ ମାଉସ ବିକିଲେ: "ପି.ସି" ଏମ.ଏସ.ସି ପାଇଁ ଓ "ଏମ.ଏସ" ମାଇକ୍ରୋସଫ୍ଟ ପାଇଁ।

ମନିଟର

ଟେଲିଭିଜନ ଭଳି ଦେଖାଯାଉଥିବା ବସ୍ତୁଟିକୁ କମ୍ପ୍ୟୁଟରର ମନିଟର କୁହାଯାଏ । କମ୍ପ୍ୟୁଟରରେ କରାଯାଉଥିବା କାମର ଫଳାଫଳ ବା ଆଉଟପୁଟ୍ ଏହି ମନିଟରରେ ଦେଖାଯାଇଥାଏ ଏବଂ କମ୍ପ୍ୟୁଟରକୁ ଦିଆଯାଉଥିବା ନିର୍ଦ୍ଦେଶର ଫଳାଫଳ ମଧ୍ୟ ଏଥିରେ ଦେଖାଯାଇଥାଏ । ଟେଲିଭିଜନ ଭଳି କମ୍ପ୍ୟୁଟରର ମନିଟର ବି କଳା-ଧଳା ଏବଂ ରଙ୍ଗିନ ହୁଏ ଏବଂ ବିଭିନ୍ନ ସାଇଜର ବି ହୁଏ। ଏବେ ଏଲ .ଇ. ଡ଼ି ମନିଟର ରଙ୍ଗିନୀ ଯାହା ଆଖି ଉପଯୋଗୀ ଓ ବିଦ୍ୟୁତ ସଞ୍ଚୟ କରିଥାଏ।